ବ୍ୟାଙ୍କିଙ୍ଗ୍ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁଏଫ୍ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ।ଏହି ଆନ୍ଦୋଳନରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବେ ।ୟୁନିଅନ ଗୁଡ଼ିକ ଅନୁଯାୟୀ, ଏହି ଦାବି ଡିସେମ୍ବର ୭, ୨୦୨୩ ରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ ଏବଂ ଭାରତୀୟ ବ୍ୟାଙ୍କ ସଂଘ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ ଅଂଶ ଥିଲା ଏବଂ ପରେ ୮ ମାର୍ଚ୍ଚ ୨୦୨୪ ର ସମାଧାନ ଏବଂ ମିଳିତ ନୋଟରେ ଏହାକୁ ପୁନରାବୃତ୍ତି କରାଯାଇଥିଲା।
ଏହି ପ୍ରସ୍ତାବରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ କାର୍ଯ୍ୟ ଘଣ୍ଟା ୪୦ ମିନିଟ୍ ବୃଦ୍ଧି ଏବଂ ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବାକୁ କୁହାଯାଇଛି। ଏହି ଦାବି ପୂରଣ ନହେବା ଯୋଗୁଁ, ବ୍ୟାଙ୍କ ସଂଘଗୁଡ଼ିକ ଜାନୁଆରୀ ୨୭ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
