ନୟାଗଡ଼ରେ ଗୋଟିଏ ଦିନରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନ୍ୟ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଦୁଇଟି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

ଅଧିକ ପଢନ୍ତୁ