ଝିଅକୁ କଙ୍ଗାରୁ କୋର୍ଟରେ ନିର୍ଯାତନା ସହିନପାରି ଜୀବନ ହାରିଲା ବାପା

ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ ବାପା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆରୁ। ସୂଚନାମୁତାବକ ଚଡଦିଆ ଗାଁର ଲମ୍ବଧର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବା ମହିଳାମାନେ ଖବର ପାଇଥିଲେ । ପ୍ରଥମେ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡ଼େଇ ଭାଙ୍ଗିଥିଲେ । ପରେ ଲମ୍ବଧର ତରାଇଙ୍କ ଘରକୁ ଯାଇ ମାଡ଼ପିଟ କରିବା ସହ ଝିଅକୁ ବିଚ୍ ରାସ୍ତାରେ ଚଲାଇ ଚଳାଇ ଆଣି ମାର୍କେଟ ମଝିରେ ଛିଡା କରି ଜରିମାନା ବାବଦକୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।

ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିବା ପରେ ମଧ୍ୟ ସେମାନଙ୍କୁ ଛାଡ଼ିନଥିଲେ ଉତ୍ୟକ୍ତ ମହିଳା । ଶେଷରେ ୩୦ ହଜାର ଟଙ୍କା ଜରିମାନା ଦେବା ପାଇଁ କହିବାରୁ ମହିଳାଙ୍କୁ ଛାଡ଼ିଥିଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଏହି ନିର୍ଯାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଜୀବନ ହାରିଛନ୍ତି ମହିଳାଙ୍କ ବାପା ଲମ୍ବଧର ତରାଇ

ଅଧିକ ପଢନ୍ତୁ