ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ “ଅସ୍ପଷ୍ଟ” ଓ ଏହାର “ଅପବ୍ୟବହାର ହେବାର ସମ୍ଭାବନା” ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ” ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ