ଖୁବ୍ ଶୀଘ୍ର ମୃତଶରୀର ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ

ଗୁଟ୍‌ଖା, ତମାଖୁ ବ୍ୟାନ୍ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ଏସବୁ ବିକ୍ରି ବନ୍ଦ କରିବାକୁ ସଚେତନତା ଅଭିଯାନ ଚାଲିଛି ।ପରେ ରାଜ୍ୟରେ ଜିଲ୍ଲାସ୍ତରୀୟ ଏନଫୋର୍ସମେଣ୍ଟ ଗଠନ କରାଯିବ । ଶିକ୍ଷାନୁଷ୍ଠାନ ନିକଟରେ ବନ୍ଦ ହେବ ନିଶା ଦ୍ରବ୍ୟ ବିକ୍ରି । ମନ୍ତ୍ରୀ ଶ୍ରୀ ମହାଲିଂ ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ସମୟରେ ଜିଲ୍ଲାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଘୋର ଅଭାବ ସହ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ ଓ କାନ୍ଧରେ ବୋହି ମୃତ ଶରୀର ନିଆଯାଉଥିବା ସମ୍ପର୍କରେ ଉତ୍ତର ରଖି ସ୍ବୀକାର କରିଥିଲେ। ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଅଭାବ ରହିଛି। ଆଗାମୀ ଦିନରେ ଏହାର ପୁରଣ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ସରକାର ନୂତନ ଭାବେ ସବୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି। ଫଳରେ ପିଏଚସି ଓ ସିଏଚସି ସ୍ତରରେ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ।ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରୟାଣ ପରିବର୍ତ୍ତେ ଖୁବ୍ ଶୀଘ୍ର ଆଗାମୀ ଦୁଇ ମାସ ମଧ୍ୟରେ ମୃତଶରୀର ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଜିଲ୍ଲାର ସମସ୍ତ ୧୪୯ ଗୋଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ।

ଅଧିକ ପଢନ୍ତୁ