ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ: ସାରଦା

ରାଜ୍ୟସଭା ନିର୍ବାଚନରେ ୨ଟି ଆସନ ନେବ ବିଜେଡି । ଦୃଢୋକ୍ତି ପ୍ରକାଶ କଲେ ବିଜେଡି ବିଧାୟକ ସାରଦା ଜେନା । ସେ କହିଛନ୍ତି ଯେ ୪ଟି ଆସନରୁ ବିଜେଡି ୨ଟି ଆସନରେ ଜିତିବା ନିଶ୍ଚିତ । ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରି ସାରିଛି । କିପରି ଜିତିବ ବିଜେଡି ସୁପ୍ରିମୋ, ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବେ । କଂଗ୍ରେସ ସମର୍ଥନରେ ବିଜେଡି ଜିତିବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି ଏବେଠୁ କିଛି କୁହାଯାଇ ପାରିବନି । କିନ୍ତୁ ବିଜେଡି ଦୁଇଟି ଆସନ ନିଶ୍ଚିତ ଜିତିବ ବୋଲି ସାରଦା ଜେନା କହିଛନ୍ତି ।ସେ ଆହୁରି କହିଛନ୍ତି, ନବୀନ ବାବୁ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା । ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଅଛନ୍ତି । ଆଉ ଲଗାତାର ବିଧାୟକ ମାନଙ୍କ ସହ ବୈଠକ ବି କରୁଛନ୍ତି । ନବୀନ ତ ଫିଟ୍ ଅଛନ୍ତି ତ ପୁଣି ଉତ୍ତରାଧିକାରୀ କଥା କାହିଁକି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ଶାରଦା ଜେନା ।

ଅଧିକ ପଢନ୍ତୁ