ମୁସଲିମ ମହିଳାଙ୍କ ଝୋଟି ପ୍ରୀତି । ରାସ୍ତାରେ ଆଙ୍କି ଦେଲେ ମା’ ଲକ୍ଷ୍ମୀଙ୍କ ଝୋଟି ।ବାଲେଶ୍ୱରର ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ଆଜି(ଗୁରୁବାର) ଆୟୋଜିତ ହୋଇଛି ଝୋଟି ମହୋତ୍ସବ । ସେ ପୁଣି କେଉଁ ଘରେ କିମ୍ବା କାନ୍ଥରେ ନୁହେଁ ବରଂ ସହରର ଓଟି ରୋଡ଼ରେ ପ୍ରାୟ ଏକ କିଲୋମିଟର ଯାଏ ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ଝୋଟି ଅଙ୍କନ ପ୍ରତିଯୋଗିତା କରାଯାଇଛି । ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଏହାରି ଭିତରେ ଜଣେ ଏମିତି ପ୍ରତିଯୋଗୀ ବାରିପଦାରୁ ଆସି ଭାଗ ନେଇଥିଲେ ଯିଏ କି ଓଡ଼ିଆ ପର୍ବ ପର୍ବାଣୀ ବିଷୟରେ ଅଜ୍ଞ କିନ୍ତୁ ମା’ ଲକ୍ଷ୍ମୀଙ୍କ ବିଷୟରେ ତାଙ୍କର ବେଶ ଜ୍ଞାନ ରହିଛି । ସେ ଜଣେ ମୁସଲିମ ମହିଳା ହୋଇଥିବା ବେଳେ ତାଙ୍କ ନାଁ ଚାନ୍ଦିନୀ ଖାତୁନ । ଝୋଟି ପ୍ରତିଯୋଗିତାରେ ଭାଗ ନେଇ ମହାଲକ୍ଷ୍ମୀଙ୍କ ଚିତ୍ର ଝୋଟିରେ ଆଙ୍କିଥିଲେ । ଯାହାକୁ ଦେଖିବା ପରେ ଉପସ୍ଥିତ ଜନତା ଓ ଆୟୋଜକ ମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଘରେ ଝୋଟି କେବେବି ପକାଉ ନଥିବା ମହିଳା ଜଣଙ୍କ ରାଜରାସ୍ତାରେ ଚାଲୁଥିବା ଏହି ପ୍ରତିଯୋଗିତାରେ ଏମିତି ଝୋଟି ଆଙ୍କି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।
