୯ମ ଶ୍ରେଣୀ ଛାତ୍ରକୁ ହାଣିଲା ୧୦ମ ଛାତ୍ର

ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର। ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ। ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଆସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଛାତ୍ର ଜଣକ ଥାନାରେ ଆତ୍ମସମର୍ପଣ କରିଛି । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମସମର୍ପଣ କରିଥିବା ଛାତ୍ରଙ୍କୁ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।

ଅଧିକ ପଢନ୍ତୁ