ବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍-୨୦୨୬। ଏଥିରେ ଅନେକ କିଛି ଜିନିଷ ଶସ୍ତା ହୋଇଛି । ସୋଲାର ପ୍ୟାନେଲଠୁ ଆରମ୍ଭ କରି ବିଦେଶ ଭ୍ରମଣ, ବ୍ୟାଟେରୀ,ଇଭି କାର୍ ଆଦି ଶସ୍ତା ହୋଇଛି । ତେବେ ନିଶାଡି ଏବଂ ମଦ୍ୟପଙ୍କୁ ଝଟକା ଦେଇଛନ୍ତି ସରକାର । ବିଭିନ୍ନ ମଦ ଏବଂ ସିଗାରେଟର ଦାମ୍ ବଢିବ ବୋଲି ଜଣାପଡିଛି ।ନୂଆ ଏକ୍ସାଇଜ୍ ଶୁଳ୍କ ପରେ ଏହାର ପ୍ରଭାବ ସିଧାସଳଖ ସିଗାରେଟ୍ ଉପରେ ପଡିବ ।୧୦ଟି ସିଗାରେଟ୍ ଥିବା ପ୍ୟାକେଟ୍ ର ଦାମ୍ ଅତି କମରେ ୨୨ରୁ୨୫ ଟଙ୍କା ବୃଦ୍ଧି ପାଇବ । କାରଣ ସରକାର ଦୀର୍ଘ ୭ବର୍ଷ ପରେ ପ୍ରଥମ ଥର ସିଗାରେଟ୍ ଉପରେ ଟିକସ୍ ବୃଦ୍ଧି କରିଛନ୍ତି । ସ୍ୱାସ୍ଥ୍ୟକୁ ନଜରରେ ରଖି ଟିକସ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦାମ୍ ସିଗାରେଟର ଆକାର ଏବଂ ପ୍ରକାର ହିସାବରେ ପୃଥକ ପୃଥକ ରହିବ ।୮୪ ମିମି ଲମ୍ବର ସିଗାରେଟ୍ ଯେପରିକି ଗୋଲ୍ଡ୍ ପ୍ଲେକ୍ସ କିଙ୍କ୍, ଲାଇଟ୍ ଓ୍ୱିଲି କ୍ଲାସିକ୍, ଓ୍ୱିଲି କ୍ଲାସିକ୍ ମିଲ୍ଡର ପ୍ୟାକେଟ୍ ଏବେ ୧୭୦ଟଙ୍କାରେ ମିଳୁଛି । ନୂଆ ଦାମ୍ ଲାଗୁ ହେଲା ପରେ ଏହା ୨୨୦-୨୨୫ ଟଙ୍କା ହୋଇଯିବ । ଅନ୍ୟ ଦିଗରେ ଖୁବ୍ ପତଳା ସିଗାରେଟ୍ ଯେପରିକି କ୍ଲାସିକ୍ କନେକ୍ଟ ଯାହାର ଲମ୍ବ୯୫ମିମି ତାହା ଏବେ ୩୦୦ଟଙ୍କାରେ ମିଳୁଛି । ଏହାର ପ୍ୟାକେଟରେ୨୦ଟି ସିଗାରେଟ୍ ରହୁଛି । ଆଗକୁ ଏହା ୩୫୦ ଟଙ୍କାରେ ବିକ୍ରି ହେବ ।। ତେବେ ତମ୍ବାଖୁ ଜିନିଷ ଉପରେ କ୍ଷୁଦ୍ର ଦୋକାନୀ ନିର୍ଭର କରିଥାନ୍ତି । ଦାମ୍ ବଢିଲେ ସେମାନେ ପ୍ରଭାବିତ ହେବେ । ସେମାନେ ଅସାଧୁ ଉପାୟରେ ଏସବୁକୁ ବିକ୍ରି କରିପାରନ୍ତି । ତେବେ ନିୟମ କାନୁନ ମାନି ବ୍ୟବସାୟ କରୁଥିବା ବେପାରୀ ପ୍ରଭାବିତ ହେବେ ବୋଲି ସିଗାରେଟ୍ ବ୍ୟବସାୟୀ ସଙ୍ଘ କହିଛି ।
