ତିବ୍ବତୀୟ ବୌଦ୍ଧ ଧର୍ମର ଶ୍ରେଷ୍ଠ ଆଧ୍ୟାତ୍ମିକ ତଥା ଧର୍ମଗୁରୁ ଦଲାଇ ଲାମା ତାଙ୍କର ପ୍ରଥମସମ୍ମାନଜନକ ଗ୍ରାମୀ ପୁରସ୍କାର ଜିତିଛନ୍ତି । ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଅଡି ଆଲବମ୍ ‘ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା’ ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ଏହି ପୁରସ୍କାର ଜିତିଛନ୍ତି ।ଏହା ସହିତ, ସେ ପ୍ରଥମ ଥର ପାଇଁ ପୁରସ୍କାର ବିଜେତାଙ୍କ ତାଲିକାରେ କେ-ପପ୍ ଓ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ସହିତ ଯୋଗ ଦେଇଛନ୍ତି। ଗ୍ରାମୀ ହେଉଛି ସଂଗୀତ ଜଗତର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ। ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଓ ବୈଷୟିକ ବୃତ୍ତିଗତଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଏହା ପ୍ରଦାନ କରାଯାଇଥାଏ।ଦଲାଇ ଲାମା ଯେଉଁ ଅଡିଓ ଆଲବମ ପାଇଁ ଗ୍ରାମୀ ପୁରସ୍କାର ପାଇଥିଲେ ତାହା ବିଶ୍ୱର ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ପ୍ରଦାନ କରେ। ‘ମେଡିଟେସନ୍ସ: ଦି ରିଫ୍ଲେକ୍ସନ୍ସ ଅଫ ହିଜ ହୋଲିନେସ ଦି ଦଲାଇ ଲାମା’ ଶୀର୍ଷକ ଏହି ଅଡିଓବୁକ ତିବ୍ବତୀୟ ବୌଦ୍ଧ ଗୁରୁମାନଙ୍କ ଚିନ୍ତାଧାରାର ଏକ ସଂଗ୍ରହ। ଏହା ମନର ଶାନ୍ତି ଏବଂ କରୁଣା ବଢାଇବାର ଗୁରୁତ୍ୱ ଉପରେ ଆଲୋଚନା କରେ। ଏହି ଆଲବମ ଦୁଃଖ ଦୂର କରିବାର ପଥ ପ୍ରଦାନ କରେ। ଏହି ଅଡିଓବୁକ ସଙ୍ଗୀତ, ଧ୍ୟାନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ମିଶ୍ରଣ କରେ। ଦଲାଇ ଲାମାଙ୍କ ଅଡିଓ ଆଲବମ ବିଶ୍ୱବ୍ୟାପୀ ସଦ୍ଭାବ ଏବଂ ଖୁସିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି।ଦଲାଇ ଲାମା ହେଉଛନ୍ତି ତିବ୍ଦତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ। ତାଙ୍କର ଜନ୍ମ ୬ ଜୁଲାଇ ୧୯୩୫ରେ ତିବ୍ଦତର ଏକ ଛୋଟ ଗାଁରେ ହୋଇଥିଲା। ଦୁଇ ବର୍ଷ ବୟସରେ, ସେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଭାବରେ ସ୍ୱୀକୃତି ପାଇଥିଲେ । ସେବେଠାରୁ ସେ ଆଧ୍ୟାତ୍ମିକ ଅଭ୍ୟାସ, କରୁଣା ଓ ମାନବତାର ବାର୍ତ୍ତା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି।
