ନିଶା ମହାରଣାଙ୍କୁ ମିଳିଲା ଜାମିନ

ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା । ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା । ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସ୍‌ଡିଜେଏମ କୋର୍ଟରେ ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ହାଜର ହୋଇଛନ୍ତି । ତେବେ ବଲାଙ୍ଗୀର ଏସ୍‌ଡିଜେଏମ କୋର୍ଟରେ ହାଜର ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏଭଳି ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିଲା।

ଅଧିକ ପଢନ୍ତୁ