PMO ପାଇଲା ନୂଆ ଠିକଣା, ‘ସେବା ତୀର୍ଥ’ ଓ ‘କର୍ତ୍ତବ୍ୟ ଭବନ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବା ତୀର୍ଥକୁ ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଗମନାଗମନକୁ ସହଜ କରିବା। ଏହା ସାଧାରଣ ଜନତାଙ୍କ ପାଇଁ ଟ୍ରାଫିକ ଜାମରୁ ମଧ୍ୟ ମୁକ୍ତି ପ୍ରଦାନ କରିବ। ଏହି କମ୍ପ୍ଲେକ୍ସ ବିଜୟ ଚୌକ ନିକଟରେ ନିର୍ମିତ ହୋଇଛି।
ନୂତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତିନୋଟି ମୁଖ୍ୟ କୋଠା ରହିଛି। ସେବା ତୀର୍ଥ ନିର୍ମାଣ ପାଇଁ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ସେବା ତୀର୍ଥ ୧, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସ୍ଥିତ।ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ଅତ୍ୟାଧୁନିକ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିବେ । ଆଜି ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ଏହି ନୂତନ ଭବନଗୁଡ଼ିକର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ‘ସେବା ତୀର୍ଥ’ ନାମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବେ ।

ଅଧିକ ପଢନ୍ତୁ