ପିଲାଙ୍କୁ ଭାଲେଣ୍ଟାଇନ ଦିବସ ଅଶାଳୀନ ମନ୍ତବ୍ୟ ଦେଇ ଥାନାରେ ରସିକିଆ ବିଜ୍ଞାନ ଶିକ୍ଷକ

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର।ରସିକିଆ ଶିକ୍ଷକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଢେଇଗୋଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର । ପୀଡିତା ମାଆଙ୍କ ଅଭିଯୋଗ ଆଧାରରେ ତପନଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇବାଛୁଟି ସମୟରେ କେତେକ ଛାତ୍ରୀଙ୍କୁ ‘ଗୁଲଗୁଲା’ ଓ ‘ସିଙ୍ଗଡା’ ଭଳି ଅଶୋଭନୀୟ ଶବ୍ଦରେ ସମ୍ବୋଧନ କରିଥିଲେ। ଏତିକିରେ ସେ ଅଟକି ନ ଥିଲେ। ଛାତ୍ରୀମାନଙ୍କୁ ଆଜି କି ଦିନ ବୋଲି ପଚାରିବା ସହ ‘ହଗ୍ ଡେ’, ‘ପ୍ରପୋଜ୍ ଡେ’ ଏବଂ ‘ଚକୋଲେଟ୍ ଡେ’ ବିଷୟରେ ଅଜବ ପାଠ ପଢ଼ାଇଥିଲେ। ଏପରିକି ସେ ଛାତ୍ରୀମାନଙ୍କୁ ଚକୋଲେଟ୍ ମାଗିବା ସହ ନାଲି ଆଖି ଦେଖାଇ ଧମକାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସେପଟେ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ବିଦ୍ୟାଳୟରୁ ତାଙ୍କୁ ତୁରନ୍ତ ଅପସାରଣ ଦାବି କରି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଛାତ୍ରୀମାନେ ପ୍ରତିବାଦ କରିବାରୁ ଅଭିଭାବକ ସ୍କୁଲ ପରିଚାଳନା କମିଟିର ଜରୁରୀ ବୈଠକ ବସିଥିଲା । ସେପଟେ ବିଜ୍ଞାନ ଶିକ୍ଷକ କହିଛନ୍ତି, ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ।

ଅଧିକ ପଢନ୍ତୁ