ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶୁକ୍ରବାର ଶେଷ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମଟି ଜାନୁଆରୀ ୨୮ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ। ଦ୍ୱିତୀୟ ପର୍ଯ୍ୟାୟ ୨୩ ଦିନ ବିରତି ପରେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହେବ ଏବଂ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
