ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ ।Henley Passport Indexରେ ଚଳିତବର୍ଷ ଭାରତ 75 ରାଙ୍କ ହାସଲ କରିଛି । 2025 ମସିହାରେ ଏବି ରାଙ୍କ 85 ରହିଥିଲା । ଚଳିତବର୍ଷ 10ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ବିଗତ କିଛି ବର୍ଷ ଧରି ଏହି ରାଙ୍କରେ ସିଙ୍ଗାପୁର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛି । ଏହାର ପାସପୋର୍ଟ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଅଟେ । ଏହି ଦେଶର ପାସପୋର୍ଟ ଧାରୀ ବିନା ଭିସାରେ 192ଟି ଦେଶକୁ ବୁଲିବାକୁ ଯାଇପାରିବେ । ଦ୍ବିତୀୟ ସ୍ଥାନରେ ଜାପାନ ଓ ତୃତୀୟ ସ୍ଥାନରେ ସ୍ବିଡେନ ଓ UAE ରହିଛନ୍ତି । ଆମେରିକା ଓ ବ୍ରିଟେନ ଶୀର୍ଷ 10ରେ ସ୍ଥାନ ଅଧିକାର କରିଛନ୍ତି ।ପାସପୋର୍ଟର ଶକ୍ତି ଏହାର ଅନ୍ତଃରାଷ୍ଟ୍ରୀୟ ପ୍ରତିଷ୍ଠା ଓ ସଫ୍ଟ ପାୱାରର ପ୍ରତୀକ ହୋଇଥାଏ । 75 ତମ ସ୍ଥାନରେ ଭାରତୀୟ ପାସପୋର୍ଟ ରହି ଦେଶ ଆନ୍ତର୍ଜାତୀକ ସ୍ତରରେ ନିଜର ପ୍ରଭାବ ବିସ୍ତାର କରୁଛି । ଭାରତୀୟ ଭିସାର ଏହି ପ୍ରଦର୍ଶନ, ବିଭିନ୍ନ ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ । ଏହା ସହିତ ବିଭିନ୍ନ ଦେଶ ସହିତ କୂଟନୈତିକ ଓ ବ୍ୟାପାରିକ ସମ୍ବନ୍ଧକୁ ଆହୁରି ମଜବୁତ କରିବ ।
