ମଣ୍ଡଳ ସ୍ତରୀୟ ‘ପ୍ରବୋଧନ’ ଶିକ୍ଷକ ତାଲିମ ଶିବିର ଉଦଯାପିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ସ୍ଥିତ ସ୍ମାର୍ଟ ଶ୍ରେଣୀ କକ୍ଷରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ପାଞ୍ଚଦିନିଆ ମଣ୍ଡଳସ୍ତରୀୟ   ଶିକ୍ଷକ ତାଲିମ ଶିବିର ‘ପ୍ରବୋଧନ’ ଉଦଯାପିତ ହୋଇଯାଇଛି।ମଣ୍ଡଳ ଶିକ୍ଷାଧିକାରୀ  ଉମାକାନ୍ତ ସେଠୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଧନେଶ୍ୱର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ ଶିକ୍ଷା ମଣ୍ଡଳର  ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡିଶା ପାଠ୍ୟକ୍ରମ ଓ ବିଦ୍ୟାଳୟ ଶିକ୍ଷା -୨୦୨୫ ର ରୂପରେଖ ତଥା ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ସମ୍ପର୍କରେ ତାଲିମ ନେଇଥିଲେ। ବରିଷ୍ଠ ତାଲିମଦାତା ଦୁର୍ଗାକାନ୍ତ ଆଚାର୍ଯ୍ୟ ଓ ଅଶୋକ କୁମାର ମଲ୍ଲ ତାଲିମ ଶିବିରକୁ ପରିଚାଳନା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ପାଠ୍ୟପୁସ୍ତକର ରୂପରେଖ ସମ୍ପର୍କରେ ତାଲିମ ଦେଇଥିଲେ।By:-Laxmidhar Sahoo

ଅଧିକ ପଢନ୍ତୁ