ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣା: ୬ ଦିନିଆ ରିମାଣ୍ଡରେ ଅପରାଧୀ ମଧୁକାନ୍ତ ରାଣା

ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି ।ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ମଧୁକାନ୍ତ ରଣା ସହ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ରାଜା ସାହାଣୀ । ଶନିବାର ମଧୁକାନ୍ତଙ୍କୁ କଟକ ଜେଏମ୍ଏଫ୍ସି -୧ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ବେଳେ ଚୌଦ୍ୱାର ଥାନା ପକ୍ଷରୁ ତାକୁ ୭ ଦିନିଆ ରିମାଣ୍ଡରେ ଦେବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ତେବେ କୋର୍ଟ ମଧୁକାନ୍ତ ରାଣାଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ