ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବା ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ।ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ । ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି । ସୂଚନାମୁତାବକ ଆସନ୍ତା ଏପ୍ରିଲ ୨ରେ ବିଜେପିର ସୁଜିତ କୁମାର ଓ ମମତା ମହନ୍ତ ଏବଂ ବିଜେଡିର ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯, ବିଜେଡିର ୫୦, କଂଗ୍ରେସର ୧୪ ଓ ସିପିଆଇ(ଏମ୍ର ଜଣେ ବିଧାୟକ ଅଛନ୍ତି। ତିନିଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ସଂଖ୍ୟା ଆଧାରରେ ୩ଟି ଆସନ ପାଇଁ ବିଜେପି ଓ ବିଜେଡି ପାଖରେ ସ୍ପଷ୍ଟ ବହୁମତ ଥିବାରୁ ୪ର୍ଥ ଆସନକୁ ନେଇ ରାଜନୈତିକ ଛକାପଞ୍ଜା ସୃଷ୍ଟି ହୋଇପାରେ। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୋଟ କୁଆଡ଼େ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିବ। କ୍ରସ୍‌ ଭୋଟିଂ ଓ ଘୋଡ଼ା ବେପାର ଆଶଙ୍କା ମଧ୍ୟ ଉଠିଛି।

ଅଧିକ ପଢନ୍ତୁ