ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି , ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହିଲେ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ କହିଲେ ମନମୋହନ । ସୂଚନାମୁତାବକ ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।
