ଆଜିଠୁ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ମାଟ୍ରିକ ପରୀକ୍ଷା । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ।ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ହେବ । ରାଜ୍ୟର ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।ପ୍ରତି ପ୍ରଶ୍ନପତ୍ରରେ QR କୋଡ୍ ଓ ୱାଟରମାର୍କ ରହିଛି । ଯାହାକି ପ୍ରଶ୍ନପତ୍ର ଲିକ୍ କିମ୍ବା ଅନିୟମିତତା ରୋକିବାରେ ସାହାଯ୍ୟ କରିବ ।ସମସ୍ତ ପରୀକ୍ଷା କେନ୍ଦ୍ରରେ AI-ଯୁକ୍ତ CCTV କ୍ୟାମେରା ଲଗାଯାଇଛି । ଏହା ହଲ୍ ଓ ପ୍ରବେଶ ପଥ ଉପରେ ନଜର ରଖିବ। କଟକରେ ଥିବା BSE ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ଉପରେ ନଜର ରଖାଯିବ। ପ୍ରଶ୍ନପତ୍ର ପରିବହନ ପାଇଁ GPS ଟ୍ରାକିଂ ଗାଡ଼ି, ପିନ୍ ସାହାଯ୍ୟରେ ଖୋଲୁଥିବା ସେମି-ଡିଜିଟାଲ୍ ଲକ୍ ଓ ସଶସ୍ତ୍ର ଗାର୍ଡଙ୍କ ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି।
