ମୟୁରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ଭୁବୁନେଶ୍ୱର – ଗୋପାଳପୁର, ଭୁବନେଶ୍ୱର- ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଯୋଗାଇ ଦିଆଯିବ । ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’ ମନୋନୀତ କରାଯାଇଛି ।ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପବନ ହଂସ ପକ୍ଷରୁ ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି । ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ମା’ ତାରାତାରିଣୀ, ଚିଲିକା, ସାତପଡ଼ା, ମା’ନାରାୟଣୀ ପୀଠ ଏବଂ ଗୋପାଳପୁର ବେଳାଭୂମି ଭଳି ସ୍ଥାନ ଗୁଡ଼ିକୁ ଆକାଶମାର୍ଗରୁ ପରିକ୍ରମା କରିପାରିବେ । ତେବେ ଆଜି ବି ଗୃହ ଚାଲିପାରିଲାନି। ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଧାନମଣ୍ଡିରେ ଅବ୍ୟବସ୍ଥା, ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ବିରୋଧ ପ୍ରଦର୍ଶନ କରିଥିଲେ ।
