ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ lଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲାତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ମୂଲଚାଲ ପରେ ୪୦,୦୦୦ ଟଙ୍କାକୁ କମାଯାଇଥିଲା। ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଶ୍ରୀ ମଲ୍ଲିକ ଓ ଶ୍ରୀ ଜେନା ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଭିଜିଲାନ୍ସ ପ୍ରଥମେ ଶ୍ରୀ ମଲ୍ଲିକଙ୍କୁ ଭଡା ଘରୁ ଧରିବା ପରେ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l ସୋର ତହସିଲରେ ଭାରପ୍ରାପ୍ତ ତହସିଲଦାର ଭାବେ ଶ୍ରୀ ମଲ୍ଲିକ କାର୍ଯ୍ୟ କରୁଥିଲେ l ସେ ଦୀର୍ଘ ଦିନ ଧରି ସୋର ଭାରପ୍ରାପ୍ତ ତହସିଲଦାର ଓ କିଛିଦିନ ସୋର ଉପ ନିବନ୍ଧକ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ କରିଥିଲେ l ତହସିଲ ପଛ ବଢ଼େଇ ସାହିରେ ଭଡା ନେଇ ରହୁଥିବା ଶ୍ରୀ ମଲ୍ଲିକଙ୍କ ଉପସ୍ଥିତିରେ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା l
