ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ । ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ନୂତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିପାରିବେ। ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି, ତେବେ ତାଙ୍କୁ ‘ଅନଧିକାର ପ୍ରବେଶକାରୀ’ ଭାବେ ଗଣ୍ୟ କରାଯାଇ ତୁରନ୍ତ ପୋଲିସ ଜିମା ଦିଆଯିବ।
ସେହିପରି ବିଶ୍ୱବିଦ୍ୟାଳୟ ପରିସରକୁ ନିଶାମୁକ୍ତ ରଖିବା ପାଇଁ ମଦ, ତମାଖୁ, ଇ-ସିଗାରେଟ୍ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।ଏହା ବ୍ୟତୀତ, ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି, ଯଥା ଅନାବଶ୍ୟକ ଭାବେ ବୁଲାବୁଲି କରିବା, ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଅଶାନ୍ତିକର ପରିବେଶ ସୃଷ୍ଟି କରିବା ଇତ୍ୟାଦି।
