ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ପୁଣି କମିଲା ସୁନା କିନ୍ତୁ ଆଜି ରୂପା ଦର ଅପରିବର୍ତ୍ତିତ ରହିଛି । ଆଜି ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୩୨୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୬ହଜାର ୩୨୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୬ହଜାର ୬୪୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ଆଜି ୩ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୩ହଜାର ୩୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୩ହଜାର ୬୦୦ଟଙ୍କା ରହିଥିଲା ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି ।
