ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୩ ଦାବି ରଖିଲା ବିଜେଡି

ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି।ବାରମ୍ବାର ଗୃହ ମୁଲତବୀ ପରେ ମୁଲତବୀ କରୁଛନ୍ତି ବାଚସ୍ପତି ସୁରମା ପାଢୀ । ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଏଥିସହ ପ୍ଲାକାର୍ଡ ଧରି ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୩ଟି ଦାବି ରଖିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ସହ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କୃଷି ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା ଦାବି ରଖିଛି ବିଜେଡି । ଚାଷୀଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ କହିଲେ ଧ୍ରୁବ ସାହୁ ।

ଅଧିକ ପଢନ୍ତୁ