ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା 2026 ବଜେଟ ଉପସ୍ଥାପନ କରିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି କି, ହାତୀ ଭଳି ବଜେଟ, ଜନ୍ଦା ଭଳି ଖର୍ଚ୍ଚ ହେବ। ଋଣ କରି ଘିଅ ଖାଇବେ ସରକାର। ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ଯୋଜନା ନାଁ ଦେଇଛନ୍ତି କେବଳ ନାଆଁ ନେବା ପାଇଁ । ରାତି ବଡ଼, ହେଲେ ରାତି ପାହିଲେ ବି ସ୍ବପ୍ନ ସରିବନି। ଋଣର ସରକାର, ଋଣରୁ ବଜେଟ ଆକାର ବଢ଼େଇଛନ୍ତି । ଗତବର୍ଷ ବଜେଟ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରିନି ।
