ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ,ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ମଧ୍ୟ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ , ଆଇଡି ବ୍ଲାଷ୍ଟ କରି ଆକ୍ରମଣ ହୋଇପାରେ ସୂଚନାନୁଯାୟୀ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର IED ଆକ୍ରମଣ କରିବାକୁ ଯୋଜନା କରୁଛି । ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି ।ଗୁଇନ୍ଦା ସୂଚନା ମିଳିବା ମାତ୍ର ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଆତଙ୍କୀ ଆକ୍ରମଣ ଆଶଙ୍କାରେ ଆଲର୍ଟ ରହିଛି ଦିଲ୍ଲୀ ପୁଲିସ୍ । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଲାଲକିଲ୍ଲା, ଚାନ୍ଦନୀ ଚୌକ ଏବଂ ଆଖପାଖ ଧାର୍ମିକ ସ୍ଥଳଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛନ୍ତି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି । ବିଶେଷକରି, ଦିଲ୍ଲୀର ଚାନ୍ଦନୀ ଚୌକ ମନ୍ଦିରରେ ଟାର୍ଗେଟ ହୋଇପାରେ । ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।

ଅଧିକ ପଢନ୍ତୁ