ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କିନ୍ନର ସଂପ୍ରଦାୟଙ୍କ ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନ୍ସନ୍ ଯୋଜନାରେ ମାସିକ ହଜାର ଟଙ୍କା ଭତ୍ତା ଦିଆଯାଉଛି। ୧୮ବର୍ଷରୁ କମ୍ କିନ୍ନରଙ୍କ ପିତାମାତାଙ୍କୁ ମାସିକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ତେବେ ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର ଅଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୪୯୪, ଅନୁଗୁଳରେ ୪ଶହ, ଖୋର୍ଦ୍ଧା ୩୯୫, ଗଞ୍ଜାମ ୨୪୦ ଓ ରାୟଗଡ଼ାରେ ୧୭୫ଜଣ ରହିଛନ୍ତି। ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ୨୫ଜଣ ଲେଖାଏ କିନ୍ନର ପଞ୍ଜୀକୃତ ହୋଇଥିବା ବିଧାନସଭାରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।ର।ଜ୍ୟରେ ପଞ୍ଜୀକୃତ କିନ୍ନରଙ୍କ ଭିତରେ ୫୧୫ଜଣ ମାଟ୍ରିକ, ୧୪୬ଜଣ +୨, ୧୬୨ଜଣ +୩, ୨୮ ସ୍ନାତକୋତ୍ତର ଓ ୮ଜଣ ବୈଷୟିକ ଶିକ୍ଷାଧାରୀ ରହିଛନ୍ତି। ବୈଷୟିକ ଶିକ୍ଷାଧାରୀ କିନ୍ନରଙ୍କ ଭିତରେ କଟକରୁ ସର୍ବାଧିକ ୫ଜଣ ଅଛନ୍ତି। ୧୦୨୨ଜଣ ମାଟ୍ରିକ୍ ପାସ କରିନାହାନ୍ତି।
