ଟ୍ରାକ୍ଟରରେ ବୁହାହେଲେ ଛାତ୍ରଛାତ୍ରୀ। ବାଜିରେ ଲାଗିଛି ମାଟ୍ରିକ ପରୀକ୍ଷାର୍ଥୀଙ୍କ ଜୀବନ। ପରୀକ୍ଷା କେନ୍ଦ୍ରକୁ ଟ୍ରାକରରେ ବସି ଯିବାର ଭିଡିଓ ଭାଇରାଲ୍। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ଅଞ୍ଚଳରୁ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଏଭଳି ବିପଦ ସଂକୂଳ ଅବସ୍ଥାରେ ବୁହା ହୋଇ ଯାଇଥିଲେ କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ । କିଛି ଛାତ୍ର ଟ୍ରାକ୍ଟର ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ଯାତ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଘଟିଥିଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଏବେ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
