ସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେଡିର ନାରାବାଜି । ‘କହିଥିଲ ଠନ ଠନ.. ଦେଖାଇଦେଲ ଲଣ୍ଠନ..’ ଏମିତି ସ୍ଲୋଗାନରେ କଂପିଲା ଗୃହ। ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଧୋଇଗଲା ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି, କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ।ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି । ଏନେଇ ବିଧାୟକଙ୍କ ତାରା ପ୍ରସାଦ ବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି , ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ । ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ପଛଘୁଞ୍ଚା ଦେଉଛନ୍ତି । ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାନ୍ତି । ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି । ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭା ବଜେଟ ଅଧିବେଶନର ଆଜିକୁ ୬ ଦିନ ହେଲାଣି ତଥାପି ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଅନ୍ୟପଟେ ଧାନର ଅଭାବୀ ବିକ୍ରି ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେଡି । ଚାଷୀ ମାରଣ ନୀତି ଚଳିବ ନାହିଁ କି କଟନୀ ଛଟନୀ ନୀତି ଚଳିବ ନାହିଁ ବୋଲି ନାରା ଦେଇଥିଲା ବିଜେଡି । ଚାଷୀଙ୍କ ପାଇଁ ରାଜରାସ୍ତାରେ ଲଢ଼େଇ କରିବ ବୋଲି ବି କହିଥିଲା । ବିଜେଡି ବିଧାୟକଙ୍କ ସରକାର ବିରୋଧୀ ସ୍ଲୋଗାନରେ ଗୃହ କଂପି ଉଠୁଥିଲା ।

ଅଧିକ ପଢନ୍ତୁ