ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଲୋୟର ପିଏମ୍‌ଜିଠାରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଏହି ସମାବେଶରେ ବରୋଧୀ ଦଳ ନେତା ନବୀନ ପଟନାୟକ ଯୋଗ ଦେଇ ଉଦବୋଧନ ଦେବେ । ଚାଷୀ ସମସ୍ୟା ନେଇ ବିଧାନସଭା ଅଚଳ ହୋଇପଡିଛି । ଚାଷୀଙ୍କ ସମସ୍ୟା ସମାଧାନ ନେଇ ସରକାରଙ୍କ ଆନ୍ତରିକତା ନାହିଁ। ଚାଷୀ ଯନ୍ତ୍ରଣା ଭୋଗୁଛନ୍ତ, ସବୁ ଜିଲ୍ଲାର ଚାଷୀ ମାନେ ବିକ୍ଷୋଭ କରୁଛନ୍ତି । ସରକାର ବାହା ବାହା ମାରୁଛନ୍ତି କିନ୍ତୁ ଚାଷୀ ଦୁଃଖ ବୁଝୁନଥିବା କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।

ଅଧିକ ପଢନ୍ତୁ