ସରକାର କାହାଣୀରେ ଚାଲେନି,କାମ ଦରକାର: ନବୀନ ପଟ୍ଟନାୟ

ବିଜେଡି ଚାଷୀ ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବୋଧନ। ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ। ସରକାର କାହାଣୀ ରେ ଚାଲେନି,କାମ ଦରକାର। ଲୋକ ସେବା ଚାହାଁନ୍ତି ନେତା ଙ୍କ ପ୍ରବଚନ ନୁହେଁ। ଚାଷୀ ଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି,ଏ ସରକାର ର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ ବୋଲି ନବୀନ ଏଭଳି କିଛି କହିଛନ୍ତି । ସେ ଆହୁରି କହିଛନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି । ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ । ହେଲେ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି । ଚାଷୀଙ୍କ ସମସ୍ୟା ନେଇ ସରକାର ଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ପ୍ରସ୍ତାବ ଦେଇଥିଲି । ଏଠି ସହିତ ନବୀ ଆହୁରି ଦାବି କରିଛନ୍ତି ଯେ କଟନୀ ଛଟନୀ ବନ୍ଦ ପାଇଁ ସ୍ପେସିଆଲ ସ୍କ୍ୱାଡ଼ କର । ମିଲେର ଓ ସରକାରୀ ଅଫିସରଙ୍କ ନେକ୍ସଓସ ଭାଙ୍ଗ । ଇନପୁଟ ସବସିଡି ରୁ 150 କୁଇଣ୍ଟାଲ ସିଲିଂ ଉଠାଅ ।୪୮ ଘଣ୍ଟା ରେ ଡିବିଟି ରେ ଚାଷୀ କୁ ପଇସା ଦିଅ। ଖୋଲା ରେ ପଡ଼ିଥିବା ଧାନ କୁ ୭୨ ଘଣ୍ଟା ରେ କିଣାଯାଉ। ଦୁଃଖ ର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାର ରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ?

ଅଧିକ ପଢନ୍ତୁ