ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ ।ଚାଷୀଙ୍କ ସମସ୍ୟାର ସମାଧାନ ହେଉନଥିବା ବେଳେ ମଣ୍ଡିରେ ଧାନ ଉଠୁନି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସେମାନଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ସରକାରରେ ଥିବାବେଳେ ଏବେ ବିରୋଧୀ ଦଳ ହୋଇଛନ୍ତି । ଆସନ୍ତା ୨୪ବର୍ଷ ପର୍ଯ୍ୟନ୍ତ ଆଉ ସରକାରକୁ ସେମାନେ ଆସିବେ ନାହିଁ । ବିରୋଧୀ ଦଳର ଭୂମିକା ନିର୍ବାହ ନକରି, ଚାଷୀଙ୍କ ନାଁରେ ହୀନ ରାଜନୀତି କରୁଛନ୍ତି ।

ଅଧିକ ପଢନ୍ତୁ