ଲୋକକଳା ଜରିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ୧୦ଟି ବିଭାଗର ୧୫ଟି ଯୋଜନାର ପ୍ରଚାର, ପ୍ରସାର କରାଯିବ। ଏକ ମାସ ଧରି ରାଜ୍ଯର ସବୁ ଗାଁରେ ୨ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଲୋକ କଳାକାରମାନଙ୍କ ଜରିଆରେ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜଭୁତ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକ କଳାକାରମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ କଳା ଓ କଳାକାରଙ୍କ ଉନ୍ନତି ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି।