ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କକୁ ସ୍ପଷ୍ଟ କରିଥିଲା। ମୋଦୀ ପହଞ୍ଚିବା ପରେ ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ମୋଦୀ ଶେଷଥର ପାଇଁ ୨୦୧୭ ମସିହାରେ ଇସ୍ରାଏଲ ଗସ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ବନ୍ଧ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ। ବିମାନ ବନ୍ଦରରେ ନେତନ୍ୟାହୁଙ୍କ ସହିତ ବୈଠକ ପରେ ପିଏମ ମୋଦୀ ଇସ୍ରାଏଲ ସଂସଦ ସେନେଟକୁ ସମ୍ବୋଧିତ କରିବେ। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ନେତନ୍ୟାହୁଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପହଞ୍ଚିଛନ୍ତି। ଏହି ସମୟରେ ପିଏମ ମୋଦୀ ଇସ୍ରାଏଲଙ୍କ ରାଷ୍ଟ୍ରପତି ଇସାକ ହରଜୋଗ ମଧ୍ୟ ସାକ୍ଷାତ କରିବେ।
