ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍

ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍।ସମୁଦ୍ର ବାଲିରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଆନ୍ତି ପର୍ଯ୍ୟଟକ। ଏଥିପାଇଁ ବିଭିନ୍ନ ସମୟରେ ବ୍ୟାଗ ଚୋରି ହୋଇଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି।ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ। ଏହାପରେ ଅନଲାଇନରେ କିଛି ଟଙ୍କା ଦେବାକୁ ପଡିବ। ଏହାପରେ ଲକର୍ ଆପେଆପେ ଖୋଲିବା ପରେ ପର୍ଯ୍ୟଟକମାନେ ନିଜର ବ୍ୟାଗ୍, ଜୋତା, ମୋବାଇଲ ଆଦି ଅନ୍ୟାନ୍ୟ ଜିନିଷପତ୍ର ରଖି ମୋବାଇଲ ଯୋଗେ ଏହାକୁ ବନ୍ଦ କରିବେ।ଗୋଟିଏ ସିଷ୍ଟମରେ ୨୭ ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଅତିରିକ୍ତ ବଡ ଭଳି ଭିନ୍ନଭିନ୍ନ ମାପର ଲକର୍ ରହିଛି।

ଅଧିକ ପଢନ୍ତୁ