ଦିଲ୍ଲୀ ଏନ୍ସିଆରର ଗୁରୁଗ୍ରାମରେ ଡ୍ରୋନ୍ ଓ ଏଆଇ ରୋବୋ ସାହାଯ୍ୟରେ ଡେଲିଭରୀ ସେବା ଆରମ୍ଭ ହୋଇଛି । ସ୍କାଇ ଏୟାର ମୋବିଲିଟି ଏହାର ଶୁଭାରମ୍ଭ କରିଛି। ଲଞ୍ଚ୍ ସମୟରେ କମ୍ପାନି ନିଜ ସିଷ୍ଟମର ଡେମୋ ଦେଖାଇଛି । ଏଥିରେ ଡ୍ରୋନ୍ ପ୍ରଥମେ ପାର୍ସଲ ବକ୍ସ ନେଇ ଆସୁଛି, ଯାହାକୁ ମେଲ୍ ବକ୍ସରେ ରଖାଯାଉଛି । ତା’ପରେ ଏକ ରୋଭର୍ ମେଲ୍ ବକ୍ସରୁ ପାର୍ସଲକୁ ସଂଗ୍ରହ କରି ଗ୍ରାହକଙ୍କ ଘର ସାମ୍ନାରେ ଡେଲିଭରୀ କରୁଛି । କମ୍ପାନି ଅନ୍ୟ ସହରରେ ସେବା ପହଞ୍ଚାଇବାକୁ ଯୋଜନା କରୁଛି । ଏଆଇ ଇମ୍ପ୍ୟାକ୍ଟ ସମିଟ୍ରେ ସ୍କାଇ ଏୟାର ମୋବିଲିଟି ଆମେରିକୀୟ କମ୍ପାନି ଆରାଇଭ୍ ଏଆଇ ଓ ଅଟ୍ଟୋନୋମି ସହ ସହଭାଗିତା କରିଛି । କମ୍ପାନି ଅନୁସାରେ, ଗୋଟିଏ ଡ୍ରୋନ୍ ପୋର୍ଟରେ ପ୍ୟାକେଜ୍ ପହଞ୍ଚାଏ । ସେଠାରେ ଏକ ରୋଭର୍ ପ୍ୟାକେଜ୍ ଉଠାଇ ସିଧା ଗ୍ରାହକଙ୍କ ଘରେ ପହଞ୍ଚାଏ । ଏହା ଦ୍ୱାରା ସାମଗ୍ରୀକୁ ଶୀଘ୍ର ଲୋକଙ୍କ ଘରେ ପହଞ୍ଚାଇବା ସମ୍ଭବ ହେବ ।
