ଖ୍ବାଜା ଆସିଫ୍‌ଙ୍କ ଯୁଦ୍ଧ ଘୋଷଣା , ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଭୀଷଣ ସଂଘର୍ଷ

ଆଫଗାନସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁନର୍ବାର ସଂଘର୍ଷ ପରେ ଆଫଗାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା ଯୁଦ୍ଧ” ଘୋଷଣା କରିଛି ପାକିସ୍ତାନ।ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦରୁ ଆରମ୍ଭ ହୋଇଥିବା ସଂଘର୍ଷ ତୀବ୍ର ହୋଇ ଯୁଦ୍ଧ ରୂପ ନେଇଛି । ଆଫଗାନିସ୍ତାନ ପାକିସ୍ତାନର ଆକ୍ରମଣର ଜବାବରେ ଗୁରୁବାର ବିଳମ୍ବିତ ରାତିରେ ଡୁରାଣ୍ଡ ଲାଇନରେ ପାକିସ୍ତାନର ୫୫ ସୈନିକଙ୍କୁ ମାରିବା ସହିତ ପାକିସ୍ତାନର ୧୫ ଅଧିକ ସେନା ଶିବିରକୁ ନିଜ ଅଧୀନକୁ ନେଇଥିଲା ।ଏହାର ଜବାବରେ ପାକିସ୍ତାନ ‘ଅପରେସନ ଗଜବ-ଲିଲ-ହକ୍‌’ ଆରମ୍ଭ କରି ଆଫଗାନିସ୍ତାନ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା । ଯେଉଁଥିରେ ୧୩୦ରୁ ଅଧିକ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ପାକିସ୍ତାନ ଶୁକ୍ରବାର ପ୍ରତ୍ୟୁଷରେ କାବୁୂଲ, କନ୍ଧାହାର ଓ ପକ୍ତିୟାରେ ବୋମାବର୍ଷଣ କରିଛି ।ଉଭୟ ପଟେ ହିଂସା ବୃଦ୍ଧି ପାଇବା ସହିତ, ଉଭୟ ସେନା କହିଛନ୍ତି ଯେ ସେମାନେ ଅନ୍ୟ ପାର୍ଶ୍ୱରେ ଡଜନ ଡଜନ ସୈନିକଙ୍କୁ ହତ୍ୟା କରିଛନ୍ତି, ଯାହା ଫଳରେ କାତାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି କ୍ରମଶଃ ଅସ୍ଥିର ଦେଖାଯାଉଛି।

ଅଧିକ ପଢନ୍ତୁ