ମହାନଦୀ ସମସ୍ୟାର ସମାଧାନ ହେବ: ଏଜି

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମର ୫ ଦିନିଆ ଓଡ଼ିଶା ଗସ୍ତ । ହୀରାକୁଦ ଡ୍ୟାମ ଅଶୋକ ନିବାସରେ ଚାଲିଥିବା ଟ୍ରିବ୍ୟୁନାଲର ବୈଠକ ଶେଷ ହୋଇଛି ।ମହାନଦୀ ସମସ୍ୟାର ସମାଧାନ ହେବ କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ । ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ । ଓଡିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ । ଓଡିଶା ନିଶ୍ଚୟ ତାର ହକ ପାଇବ , ଏଥିପାଇଁ ଉଦ୍ୟମ ଜାରି ରହିଛି । ସୂଚନାମୁତାବକ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଅନେକ ବର୍ଷ ହେଲା ରହିଛି । ଟ୍ରିବ୍ୟୁନାଲରେ ଝୁଲିରହିଛି ମହାନଦୀର ଭାଗ୍ୟ । ଗତ ୮ ବର୍ଷ ହେଲାଣି ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲାଣି । ଆଜି ପର୍ଯ୍ୟନ୍ତ ପ୍ରାୟ ୩୫ ଥରରୁ ଅଧିକ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ସତ୍ତ୍ବେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

ଅଧିକ ପଢନ୍ତୁ