ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା

ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିବ । ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା ଅନୁସାରେ ଡିଏଲରେ ନମ୍ବର ବା ପଏଣ୍ଟ ଦିଆଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି ନମ୍ବର କାଟି ନିଆଯିବ । ଯଦି ସବୁ ନମ୍ବର ଶେଷ ହୋଇଯିବ ତେବେ ଡିଏଲକୁ ରଦ୍ଦ କରାଯିବ ନଚେତ ୬ ମାସ ପାଇଁ ସସପେଣ୍ଡ କରାଯିବ । କିନ୍ତୁ ଲଗାତାର ଭାବେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଏ ସେଭଳି କ୍ଷେତ୍ରରେ ଡିଏଲକୁ ରଦ୍ଦ କରିଦିଆଯିବ ।

ଅଧିକ ପଢନ୍ତୁ