ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୨ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଶତାୟୁ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳରେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା ।ଖବର ଅନୁଯାୟୀ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସାମଲଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ଅଣାଯାଇଥିଲା। ଏଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।ନୀଳମଣି ସାମଲ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ସେ ଅଲ୍ ଓଡିଶା ଫ୍ରିଡମ୍ ଫାଇଟର ସଂଘର ସଭାପତି ମଧ୍ୟ ଥିଲେ । ସ୍ଵାଧୀନତା ସଂଗ୍ରାମ ସମୟରେ ସେ ୩ ବର୍ଷ କାରାଦଣ୍ଡ ଭୋଗିଥିଲେ ।