ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ଟଣାଓଟରା । ବୟାନ ବି ଜବରଦସ୍ତ । ୪ସେଟ ଫର୍ମ କିଣିଲା ବିଜେପି । ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୪ ବିଧାୟକ ଯାଇ ଫର୍ମ କିଣିଲେ । ବିଜେପି ୧୬ ସେଟ ଫର୍ମ କିଣିବାକୁ ନେଇ ବଢିଲା ଚର୍ଚ୍ଚା । ପୂର୍ବରୁ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଥିଲା । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ ନେଇଥିଲେ ସସ୍ମିତ ପାତ୍ର ।ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ ନେତା ପୁର ତଥ୍ୟ ଦେବେ ବୋଲି ଆଶା କରାଯାଉଛି ।
