ଆସୁଛି କାଳବୈଶାଖୀ ବର୍ଷା । ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ । ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି ।
କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢିବା ସହ ମାର୍ଚ୍ଚ ଓ ଏପ୍ରିଲରେ ଅଧିକ ଗରମ ସହ ଲମ୍ଭା ସମୟ ପାଇଁ ହିଟୱେଭ୍ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ନେଇ ଖରାଦିନେ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି ।
