ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିର ଆମିଷ ।ସୂଚନାମୁତାବକ ହୋଲିରେ ୬୦ ଟନ୍ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ମୋଟ୍ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି କରାଯାଇଛଇ। ସେହିପରି ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍ ମଧ୍ୟ ବିକ୍ରି ହୋଇଛି। ମାଛ ବ୍ୟବସାୟ ମଧ୍ୟ ମାଲାମାଲ କରିଛି | ପାଖାପାଖି ୧୨୮ ଟନ୍ର ମାଛ ବ୍ୟବସାୟ ହୋଇଛି। ତେବେ ରାଜଧାନୀରେ ମୋଟ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି ହୋଇଥିବା ଜଣାପଡିଛି।
