ଖାମେନିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲା ଭାରତ

ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର (ମାର୍ଚ୍ଚ ୫, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ ଇରାନର ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇଥିଲା।୮୬ ବର୍ଷୀୟ ଅଲି ଖାମେନେଇ ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ଥିଲେ ଏବଂ ଦୀର୍ଘ ସମୟ ଧରି ଦେଶକୁ ନେତୃତ୍ୱ ଦେଇଥିଲେ।ଇରାନରେ ଆୟତୁଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ୪୦ ଦିନର ରାଷ୍ଟ୍ରୀୟ ଶୋଷ ଘୋଷିତ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଏହାସହ କ୍ଷେତ୍ରୀୟ ଉତ୍ତେଜନା ବଢିବାର ଆଶଙ୍କା ମଧ୍ୟ କରାଯାଉଛି। ଭାରତ ଏହି ସମ୍ୱେଦନଶୀଳ ସ୍ଥିତିରେ ସନ୍ତୁଳିତ ଆଭିମୁଖ୍ୟ ଆପଣାଇ ଇରାନ ସହ ନିଜର ଐତିହାସିକ ସମ୍ୱନ୍ଧକୁ ଦୃଢ କରି ରଖିବାର ବାର୍ତ୍ତା ଦେଇଛି।

ଅଧିକ ପଢନ୍ତୁ