ଟି-୨୦ ବିଶ୍ୱକପ୍ ବିଜୟ ପରେ ବିବାଦରେ ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ ପତାକାକୁ ଅପମାନ ଅଭିଯୋଗରେ ମାମଲା ହୋଇଛି । ବିଜୟ ଉତ୍ସବ ସମୟରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଣେର ଶିବାଜୀ ନଗର ପୁଲିସ୍ ଷ୍ଟେସନରେ ଏକ ଅଭିଯୋଗ ଦାୟର ହୋଇଛି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସେ ଦାବୀ କରିଛନ୍ତି । ପୋଲିସ ଅବଶ୍ୟ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନି । ହାର୍ଦ୍ଦିକ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ଏହାର ଖୁସୀ ମନାଉଥିଲେ । ହାର୍ଦ୍ଦିକଙ୍କ ଆଚରଣ ଜାତୀୟ ପତାକାର ମର୍ଯ୍ୟାଦା ବିରୋଧୀ। ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଜାତୀୟ ପତାକାକୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ। ତ୍ରିରଙ୍ଗା ଘୋଡ଼ାଇ ଅନୁପଯୁକ୍ତ ବ୍ୟବହାର କରିବା ଏକ ଅପମାନ ବୋଲି କହିଛନ୍ତି ଓକିଲ ଜଣକ।
