ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା ପୂର୍ବରୁ ବସ୍କୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିଥିଲେ ଡ୍ରାଇଭର। ଏହାପରେ ଷ୍ଟେରିଂ ଉପରେ ଅଚେତ ହୋଇ ପଡିଯାଇଥିଲେ ଡ୍ରାଇଭର। ଗାଡିଟି ରାସ୍ତାରେ ରହିବା ପରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଡ୍ରାଇଭର ଜଣଙ୍କ ଏକ ବଡ଼ ଦୁର୍ଘଟଣାରୁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ନିଜେ ସିନା ହୃଦଘାତରେ ଚାଲିଗଲେ, ହେଲେ ବଞ୍ଚାଇ ଦେଇଗଲେ ଅନେକ ଜୀବନ । ତେବେ ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱରକୁ ଏକ ବସରେ ୫୦ ରୁ ଉର୍ଧ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ।