ଆସନ୍ତା ୨୫ରେ ହେବ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି

ଆସନ୍ତା ୨୫ ତାରିଖ ଅର୍ଥାତ୍ ବୁଧବାର ହେବ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି।ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି। ଭିଡିଓଗ୍ରାଫି, ଫଟୋଗ୍ରାଫି, 3D MAPPING ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ୧୯୭୮ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ତାଲିକା ଅନୁଯାୟୀ ମେଳକ ହେବ।କେବେ ସଂପୂର୍ଣ୍ଣ ଗଣତିମଣତି ସରିବ ସେ କଥା କହି ହେବନି। କନ୍ତୁ ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡଲିଂ ଟିମ୍ ଏହିଭଳି ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମ୍ ର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି।ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ। ଏହାସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ। ତେବେ ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ଅଧିକ ପଢନ୍ତୁ