ଇସ୍ରାଏଲ- ଇରାନ ଯୁଦ୍ଧ ଯୋଗୁ ହୋର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଥିବାରୁ ବିଶ୍ବର ଅନେକ ଦେଶ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ କେବଳ ୯ଟି ଅଶୋଧିତ ତେଲ ଏବଂ ଗ୍ୟାସର ଜାହାଜ ଅତିକ୍ରମ କରିପାରିଛି। ଏମିତିରେ ଭାରତରେ ମଧ୍ୟ ଏଲପିଜି ଗ୍ୟାସର ଅଭାବ ପରିଲକ୍ଷିତ ହୋଇଛି। ସରକାର କହିଛନ୍ତି ଘରୋଇ ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଘରୋଇ ଉପଭୋକ୍ତାଙ୍କ ପାଖରେ ୧୦୦% ଏଲପିଜି ପହଞ୍ଚାଯାଉଛି। ଅବଶ୍ୟ ସ୍ଥିତି ଏବେବି ଚିନ୍ତାଜନକ ରହିଛି। ପାନିକ୍ ବୁକିଂରେ ହ୍ରାସ ପାଇଛି। କିନ୍ତୁ ଲୋକଙ୍କୁ ଅପିଲ୍ କରାଯାଇଛି ଗୁଜବ ଉପରେ ଧ୍ୟାନ ନଦିଅନ୍ତୁ ଆଉ ଆବଶ୍ୟକତା ହିସାବରେ ହିଁ ଗ୍ୟାସ ବୁକ କରନ୍ତୁ।ସରକାର କଳାବଜାର ଏବଂ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଅନେକ ରାଜ୍ୟରେ ୪୫୦୦ରୁ ଅଧିକ ରେଡ୍ କରାଯାଇଛି। ସରକାର ଏଲପିଜି ଉତ୍ପାଦନ ବଢ଼ାଇବା ଉପରେ ଜୋର ଦେଇଛନ୍ତି। ବର୍ତ୍ତମାନ ଘରୋଇ ଉତ୍ପାଦନ ପ୍ରାୟ ୪୦% ପର୍ଯ୍ୟନ୍ତ ପହଞ୍ଚିଛି। ଯାହାଦ୍ବାରା ଆମଦାନୀ ଉପରେ ନିର୍ଭରତା କିଛି ମାତ୍ରାରେ କମାଇବାକୁ ଚେଷ୍ଟା ଜାରି ରହିଛି।
