‘ପିନାକ’ ଦ୍ୱାରା ୪୪ ସେକେଣ୍ଡରେ ୭୨ଟି ରକେଟ୍ ମାଡ଼ କରିବ ଭାରତ

ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ DRDO ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପିନାକ’ ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ଖୁବଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହା ଭାରତର ବଢ଼ୁଥିବା ସାମରିକ ଶକ୍ତିର ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି।ଗବାନ ଶିବଙ୍କ ପୌରାଣିକ ଧନୁ ‘ପିନାକ’ ନାମରେ ନାମିତ ଏହି ସିଷ୍ଟମ୍ ଏବେ ସ୍ପିଡ୍, ଫାୟାରପାୱାର୍ ଏବଂ ସ୍ୱଦେଶୀ ଇଞ୍ଜିନିୟରିଂର ଏକ ଅଦ୍ଭୁତ ସମାହାର ପାଲଟିଛି।ଗୋଟିଏ ପିନାକ ରେଜିମେଣ୍ଟ ବିଶାଳ ବିନାଶକାରୀ କ୍ଷମତା ରଖିଥାଏ। ଏହାର ଗୋଟିଏ ବ୍ୟାଟେରୀ ମାତ୍ର କିଛି ସେକେଣ୍ଡ (ପ୍ରାୟ ୪୪ ସେକେଣ୍ଡରୁ ୧ ମିନିଟ୍) ମଧ୍ୟରେ ୭୨ଟି ରକେଟ୍ ଫାୟାର୍ କରିପାରିବ। ଶତ୍ରୁପକ୍ଷ କିଛି ବୁଝିବା କିମ୍ବା ପାଲଟା ଜବାବ ଦେବା ଆଗରୁ ଏହା ସେମାନଙ୍କର ସାମରିକ ଘାଟି, ସୈନ୍ୟ ଏକତ୍ରିତ ଥିବା ସ୍ଥାନ ଏବଂ ଯୋଗାଣ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାର କ୍ଷମତା ରଖେ।ଟାଟା ମୋଟର୍ସ ଏବଂ ବିଇଏମଏଲ୍ ଦ୍ୱାରା ନିର୍ମିତ ହାଇ-ସ୍ପିଡ୍ ଯାନ ଉପରେ ଏହି ଲଞ୍ଚର୍ ଗୁଡ଼ିକୁ ଖଞ୍ଜାଯାଇଛି। ଏଗୁଡ଼ିକ “ସୁଟ୍ ଆଣ୍ଡ ସ୍କୁଟ୍” ଅର୍ଥାତ୍ ଫାୟାର୍ କରି ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଖସିଯିବା ପାଇଁ ଡିଜାଇନ୍ କରାଯାଇଛି। ଫଳରେ ଶତ୍ରୁପକ୍ଷର ପାଲଟା ଆକ୍ରମଣର ଭୟ ଆଦୌ ନଥାଏ |ମରୁଭୂମି ଠାରୁ ଆରମ୍ଭ କରି ପାର୍ବତ୍ୟାଞ୍ଚଳ ପର୍ଯ୍ୟନ୍ତ ଯେକୌଣସି ଦୁର୍ଗମ ସ୍ଥାନରେ ଏହା ସହଜରେ ପହଞ୍ଚିପାରିବ ଏବଂ ନିଜର ଆକ୍ରମଣ ଜାରି ରଖିପାରିବ।ମୋଟାମୋଟି ଭାବେ, ପିନାକର ଏହି ଦ୍ରୁତ ସମ୍ପ୍ରସାରଣ ଭାରତର ପଶ୍ଚିମ ତଥା ଉତ୍ତର ସୀମାନ୍ତରେ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସେନାର ସ୍ଥିତିକୁ ଆହୁରି ମଜବୁତ କରିବ ଏବଂ ଆଗାମୀ ଦିନରେ ଯେକୌଣସି ପରିସ୍ଥିତିରେ ତୁରନ୍ତ ଆକ୍ରମଣ କରିବା ପାଇଁ ଭାରତୀୟ ସେନାକୁ ଏକ ମହାସ୍ତ୍ର ଯୋଗାଇବ।

ଅଧିକ ପଢନ୍ତୁ